Loader..
BEWARE OF FRAUDSTERS: WE HAVE NOT INVITED ANY REQUESTS FOR DEALERSHIP/FRANCHISE. DO NOT TRUST ANYONE OFFERING SUCH A FACILITY AND SEEKING MONEY IN IFFCO’S NAME.
Start Talking
Listening voice...
IFFCO kick starts one of India’s largest nationwide tree plantation campaign IFFCO kick starts one of India’s largest nationwide tree plantation campaign

ପ୍ରେସ୍ ରିଲିଜ୍

ପ୍ରଧାନମନ୍ତ୍ରୀଙ୍କ 70 ତମ ଜନ୍ମଦିନ ପାଳନ ଅବସରରେ ଇଫକୋ ମହିଳା କୃଷକମାନଙ୍କୁ 1 ଲକ୍ଷରୁ ଅଧିକ ପନିପରିବା ବିହନ କିଟ୍ ବଣ୍ଟନ କରିଛି।

17 ସେପ୍ଟେମ୍ବର, 2020; ନୂଆ ଦିଲ୍ଲୀ: ବିଶ୍ୱର ସର୍ବ ବୃହତ ପ୍ରକ୍ରିୟାକୃତ ସାର ସମବାୟ ପ୍ରମୁଖ ଇଫକୋ କୃଷକମାନଙ୍କୁ 1 ଲକ୍ଷରୁ ଅଧିକ ପନିପରିବା ବିହନ ପ୍ୟାକେଟ୍ ବଣ୍ଟନ କରିଛି ଏବଂ ପୋଷଣ ଅଭିଯାନ-2020 ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 70 ତମ ଜନ୍ମବାର୍ଷିକୀକୁ ସ୍ମରଣୀୟ କରିବା ପାଇଁ ଆଇସିଆର ସହ ମିଶି 40,000 ରୁ ଅଧିକ ମହିଳା କୃଷକଙ୍କୁ ଦେଶବ୍ୟାପୀ ଅଭିଯାନରେ ତାଲିମ ପ୍ରଦାନ କରିଛି।

ପୋଷଣ ଅଭିଯାନ-2020 ଏବଂ କୃଷକ ମହିଳା ତାଲିମ ଅଭିଯାନର ଉଦଘାଟନୀ କାର୍ଯ୍ୟକ୍ରମ ନୂଆଦିଲ୍ଲୀରେ କୃଷି ଭବନରେ କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା। କୃଷି-ଅନୁସନ୍ଧାନ ସଂସ୍ଥା ଆଇସିଏଆର ଏବଂ କିସାନ ବିଜ୍ଞାନ କେନ୍ଦ୍ରଙ୍କ ସହଯୋଗରେ ଏହି ଅଭିଯାନ ଆରମ୍ଭ କରାଯାଇଥିଲା। ଶ୍ରୀ ତୋମାର ଏହି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ ଏବଂ କୃଷକ ଗବେଷଣା ଏବଂ ସଂପ୍ରସାରଣ ବିଭାଗ ଦ୍ୱାରା ସଂଯୁକ୍ତ ଭିଡିଓ କନଫରେନ୍ସରେ 714 କେଭିକେରେ ମହିଳା କୃଷକମାନଙ୍କୁ ସମ୍ବୋଧିତ କରିଥିଲେ। ଆଇ.ଆର.ସି.ର ବରିଷ୍ଠ ବୈଜ୍ଞାନିକ ତଥା ପ୍ରତିନିଧୀଙ୍କ ସହ ମାର୍କେଟିଂ ନିର୍ଦ୍ଦେଶକ ଡାକ୍ତର ୟୁ.ଏସ. ଅୱସ୍ଥି, ଏମଡି, ଇଫକୋ, ମାର୍କେଟିଂ ନିର୍ଦ୍ଦେଶକ ଶ୍ରୀ ଯୋଗେନ୍ଦ୍ର କୁମାର ମଧ୍ୟ ଉପସ୍ଥିତ ଥିଲେ।

କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀଯୁକ୍ତ ତୋମାର ଇଫକୋର ଉଦ୍ୟମକୁ ପ୍ରଶଂସା କରିବା ସହ କହିଥିଲେ ଯେ ସମବାୟ ସମିତି ସର୍ବଦା କୃଷକଙ୍କ ସେବା ପାଇଁ ଆଗେଇ ଆସିଛି ଏବଂ ଦେଶର କୃଷି ଅଭିବୃଦ୍ଧିରେ ସହଯୋଗ କରୁଛି।

IFFCO ର ସମସ୍ତ ରାଜ୍ୟ କାର୍ଯ୍ୟାଳୟ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ ଏବଂ ଦେଶରେ 1 ଲକ୍ଷ ଚାଷୀଙ୍କୁ ଅତି କମରେ 100 ପ୍ୟାକେଟ୍ ପନିପରିବା ମଞ୍ଜି ବଣ୍ଟନ କରାଯାଇଥିଲା। ପ୍ରତ୍ୟେକ ମଞ୍ଜି ପ୍ୟାକେଟରେ ଗାଜର, ମୂଳା, ଶାଗ, ମେଥି ସହିତ ଋତୁକାଳୀନ ପୁଷ୍ଟିକର ପନିପରିବାର ମଞ୍ଜି ରହିଥିଲା।

ଇଫକୋର ର ଏମଡି, ଡା. ୟୁ.ଏସ. ଅୱସ୍ଥି କହିଛନ୍ତି ଯେ କୃଷକମାନଙ୍କୁ ସେମାନଙ୍କର କୃଷି ଉତ୍ପାଦନ ବୃଦ୍ଧି ଏବଂ ସର୍ବୋତ୍କୃଷ୍ଟ ଲାଭ ପାଇବାରେ ଆମେ ସର୍ବଦା ଆମର ଭୂମିକା ଗ୍ରହଣ କରିଛୁ। ଇଫକୋ ସମୟାନୁବର୍ତ୍ତୀ ଏବଂ ଅଭିନବ ଚିନ୍ତାଧାରା ମାଧ୍ୟମରେ କୃଷିକୁ ରୂପାନ୍ତର କରିବାରେ ବିଶ୍ବାସ କରେ ଯାହା କ୍ଷେତରେ କାର୍ଯ୍ୟକାରୀ ହୋଇପାରିବ ଏବଂ ଖାଦ୍ୟ ବ୍ୟବସ୍ଥାର ପରିବର୍ତ୍ତନକୁ ତ୍ୱରାନ୍ୱିତ କରିପାରିବ ଯାହା ଦ୍ବାରା ଖାଦ୍ୟ ନିରାପତ୍ତା ସୁନିଶ୍ଚିତ ହେବ ଏବଂ ନିରନ୍ତର କୃଷି ପ୍ରୋତ୍ସାହିତ ହେବ। ଇଫକୋ ଆତ୍ମନିର୍ଭର କୃଷିକୁ ସଫଳ କରିବା ପାଇଁ ଏବଂ 2022 ସୁଦ୍ଧା କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟରେ ସହଯୋଗ କରିବାକୁ ପ୍ରତିଶ୍ରୁତିବଦ୍ଧ ଅଟେ।

କୃଷକମାନଙ୍କୁ ପୁଷ୍ଟିକର ପନିପରିବା ମଞ୍ଜିର ଏହି ବଣ୍ଟନ ନିଶ୍ଚିତ ଭାବରେ ସେମାନଙ୍କୁ ଲାଭକାରୀ ଫସଲର ବିକଳ୍ପ ଦିଗରେ ମଧ୍ୟ ସାହାଯ୍ୟ କରିବ। ଏହାଦ୍ବାରା ସେମାନେ ଆର୍ଥିକ ଭାବରେ ଲାଭବାନ ହୋଇପାରିବେ।

ଇଫକୋ ସମ୍ବନ୍ଧରେ:

ଇଫକୋ, ବିଶ୍ବର ସବୁଠାରୁ ବଡ ପ୍ରକ୍ରିୟାକୃତ ସାର ସମବାୟ ସମିତି ଯାହା 1967 ମସିହାରେ କେବଳ 57 ଟି ଭାରତୀୟ ସମବାୟ ସମିତି ଦ୍ବାରା କୃଷକଙ୍କ ଉନ୍ନତି ତଥା ଦେଶ ପାଇଁ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଆରମ୍ଭ କରାଯାଇଥିଲା। ବିଗତ 53 ବର୍ଷ ମଧ୍ୟରେ, IFFCO ଭାରତୀୟ କୃଷକମାନଙ୍କୁ ବିଶ୍ୱ ସ୍ତରର ମୃତ୍ତିକା ପୋଷକ ଉପାଦାନ ଏବଂ କୃଷି ସେବା ଯୋଗାଇ ଦିଗରେ ପ୍ରତିବଦ୍ଧ ରହିଆସିଛି, ଏହା ସହିତ ଚାଷୀମାନଙ୍କୁ ସଶକ୍ତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।

ଇଫକୋ ସମଗ୍ର ଦେଶରେ 35000 ରୁ ଅଧିକ ସମବାୟ ସମିତି ସହିତ 5 କୋଟିରୁ ଅଧିକ ଚାଷୀଙ୍କୁ ଏହାର ସେବା ପ୍ରଦାନ କରୁଛି। ଟ.29,412.44 କୋଟି ଏବଂ ମୋଟ ଗ୍ରୁପ୍ କାରବାର 57,778 କୋଟି (ଆର୍ଥିକ ବର୍ଷ 2019-20 ରେ) ସହିତ ବିଶ୍ୱର ସବୁଠାରୁ ବଡ ପ୍ରକ୍ରିୟାକୃତ ସାର ସମବାୟ ସମିତିରେ ଭାରତରେ 91.42 ଲକ୍ଷ ଏମଟି ସାର ଉତ୍ପାଦନ କରୁଥିବା ପାଞ୍ଚଟି ରାଜ୍ୟରେ ସାର ଉତ୍ପାଦନ କାରଖାନା ଅଛି। ଇଫକୋ ଫସଫାଟିକ୍ ର ପ୍ରାୟ 32.1% ଏବଂ ଭାରତରେ ଉତ୍ପାଦିତ ନାଇଟ୍ରୋଜେନସ୍ ସାରର 21.3% ଯୋଗଦାନ କରିଥାଏ ଏବଂ ବିଶ୍ୱ କୋପରେଟିଭ୍ ମନିଟର ରିପୋର୍ଟ ଦ୍ବାରା ଶ୍ରେଷ୍ଠ 300 ସମବାୟ ସମିତି ମଧ୍ୟରେ (ମୁଣ୍ଡପିଛା ଜିଡିପି ଟର୍ନଓଭର ଦ୍ବାରା) ପ୍ରଥମ ସ୍ଥାନ ଅଧିକାର କରିଥିଲା । ଇଫକୋ ଫର୍ଚୁନ 500 କମ୍ପାନୀ ତାଲିକାରେ 58 ତମ ସ୍ଥାନକୁ ଉନ୍ନିତ ହୋଇଛି।

ସ୍ଥାନୀୟ ଏବଂ ବିଶ୍ୱସ୍ତରୀୟ ପହଞ୍ଚ ସହିତ ଏକ ସଂସ୍ଥା, ଇଫକୋ ନାଇଟ୍ରୋଜେନସ୍, ଫସଫାଟିକ୍, ଜୈବ ସାରର ଅନ୍ୟାନ୍ୟ ସ୍ୱତନ୍ତ୍ର ସାର ସହିତ ଖାଦ୍ୟ ଉତ୍ପାଦନରେ ବୃଦ୍ଧି ପାଇଁ ଅବଦାନ ଜାରି ରଖିଛି। ସେନେଗାଲ, ଓମାନ, ଦୁବାଇ ଏବଂ ଜୋର୍ଡାନରେ ମିଳିତ ଉଦ୍ୟୋଗ ସହିତ ଇଫକୋ ଏହାର ଉପସ୍ଥିତି ବିଶ୍ୱବ୍ୟାପୀ କରିପାରିଛି। ସାର ବ୍ୟତୀତ, ଇଫକୋ ସାଧାରଣ ବୀମା, ଗ୍ରାମୀଣ ମୋବାଇଲ୍ ଟେଲିଫୋନି, ଗ୍ରାମୀଣ ଇ-କମର୍ସ, ଏସଇଜେଡ୍‌, ତୈଳ ଏବଂ ଗ୍ୟାସ୍ ଏବଂ ଆନ୍ତର୍ଜାତୀୟ ବାଣିଜ୍ୟ, ଖାଦ୍ୟ ପ୍ରକ୍ରିୟାକରଣ, ସହରୀ ଉଦ୍ୟାନ, ଅର୍ଗାନିକ୍ସ ଏବଂ ଇ-କମର୍ସ ଭଳି କ୍ଷେତ୍ରଗୁଡିକରେ ମଧ୍ୟ କାର୍ଯ୍ୟ କରୁଛି। ଇଫକୋ ବର୍ଷ ବର୍ଷ ଧରି କୋରଡେଟ୍‌ ଏବଂ ଆଇଏଫଏଫଡିସି ପରି ପଦକ୍ଷେପ ମାଧ୍ୟମରେ ସାମାଜିକ ଦାୟିତ୍ବ ଅଭ୍ୟାସ ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରିଛି ଯାହା ସମଗ୍ର କୃଷକ ଗୋଷ୍ଠୀକୁ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛି। ସାର ଶିଳ୍ପରେ ଜଣେ ଅଗ୍ରଣୀ ଭାବରେ ଇଫକୋ ଏହାର ବର୍ଦ୍ଧିତ ଦାୟିତ୍ବକୁ ବୁଝିଛି, ତେଣୁ ଗବେଷଣା ପ୍ରତିଷ୍ଠାନଗୁଡ଼ିକ ସହିତ ପାରସ୍ପରିକ କ୍ରିୟା ଏବଂ ସହଯୋଗ ମାଧ୍ୟମରେ ସର୍ବୋତ୍ତମ ସମାଧାନ ଖୋଜିବାରେ ଏହା ବିଶ୍ବାସ କରେ।

ଇଫକୋର ପିଆର ଓ ବ୍ରାଣ୍ଡ କମ୍ୟୁନିକେସନ ବିଭାଗ ଦ୍ବାରା ଜାରି