Loader..
BEWARE OF FRAUDSTERS: WE HAVE NOT INVITED ANY REQUESTS FOR DEALERSHIP/FRANCHISE. DO NOT TRUST ANYONE OFFERING SUCH A FACILITY AND SEEKING MONEY IN IFFCO’S NAME.
Start Talking
Listening voice...
 A Testament <br/> to the Cooperative Model

ସମବାୟ
ମଡେଲର ଏକ ପ୍ରମାଣ

ଇଫକୋ 3 ନଭେମ୍ବର 1967 ରେ ଏକ ମଲ୍ଟି-ୟୁନିଟ୍ କୋ-ଅପରେଟିଭ୍ ସୋସାଇଟି ଭାବରେ ପଞ୍ଜୀକୃତ ହୋଇଥିଲା। ଗତ 53 ବର୍ଷ ମଧ୍ୟରେ, ଇଫକୋ ଭାରତର ଅନ୍ୟତମ ସଫଳ ସମବାୟ ସମିତି ଭାବରେ ଉଭା ହୋଇଛି – ଭାରତର ଗ୍ରାମୀଣ ସମ୍ପ୍ରଦାୟର ବିକାଶରେ ଏହା ଏକ ପ୍ରମୁଖ ଭୂମକା ଗ୍ରହଣ କରିଛି। ଆମେ ଦୃଢ଼ ଭାବରେ ବିଶ୍ବାସ କରୁ ଯେ ସମବାୟ ମଡେଲ୍ ହେଉଛି ପ୍ରଗତି ଏବଂ ସମୃଦ୍ଧିର ଏକ ଉତ୍କୃଷ୍ଟ ମାଧ୍ୟମ।

ଏହି ସମବାୟ ମଡେଲ୍ କିପରି କାର୍ଯ୍ୟ କରେ?

ଆନ୍ତର୍ଜାତୀୟ କୋଅପରେଟିଭ୍ ଆଲାଇନ୍ସ (ଆଇସିଏ) ଅନୁସାରେ ସମବାୟ ହେଉଛି ବ୍ୟକ୍ତିବିଶେଷଙ୍କର ଏକ ଅଟୋନୋମସ୍ ଆସୋସିଏସନ୍ ଯେଉଁମାନେ ସେମାନଙ୍କର ସାଧାରଣ ଅର୍ଥନୈତିକ, ସାମାଜିକ ଓ ସାଂସ୍କୃତିକ ଓ ଆବଶ୍ୟକତାକୁ ପୂରଣ କରିବା ପାଇଁ ଏକତ୍ରିତ ହୋଇଥାଏ ଓ ଯୁଗ୍ମ ମାଲିକାନା ସହିତ ଗଣତାନ୍ତ୍ରିକ ଭାବରେ ଏହାକୁ ନିୟନ୍ତ୍ରିତ କରାଯାଇଥାଏ।

(ଉତ୍ସ : ଆଇସିଏ)

ସମବାୟ ମଡେଲ, ସରଳ ବ୍ୟାଖ୍ୟାରେ ଶ୍ରମିକଙ୍କୁ ଉଦ୍ୟୋଗର ମାଲିକ କରିଥାଏ। ଏହାର ମୂଳ ନୀତିକୁ ବିରୋଧ ନକରି ଏହା ପୁଞ୍ଜିବାଦୀ ମାନସିକତାର ସ୍ଥିତିକୁ ଚ୍ୟାଲେଞ୍ଜ କରେ; ଏକ ଇକୋସିଷ୍ଟମ୍ ସୃଷ୍ଟି କରିବା ଯାହା ସଭିଙ୍କ ଲାଭ, ସଭିଙ୍କ ନିୟନ୍ତ୍ରଣ ଏବଂ ସଭିଙ୍କ ହିତ ଉପରେ କାମ କରେ। ସମବାୟ ମଡେଲ କେବଳ ଲାଭ ପ୍ରଦାନ କରେ ନାହିଁ ବରଂ ସମଗ୍ର ସମାଜକୁ ପ୍ରଗତି ମଧ୍ୟ ପ୍ରଦାନ କରେ।

ଭାରତରେ ସମବାୟ ମଡେଲର ଶୁଭାରମ୍ଭ

ସହଯୋଗର ଆଧୁନିକ ଧାରଣା ସ୍ବାଧୀନତା ପରେ ଭାରତରେ ଏକ ସ୍ଥାନ ଅଧିକାର କରିଥିଲା। ଏହାର ମୂଳ ପ୍ରାଚୀନ ଭାରତୀୟ ଶାସ୍ତ୍ରରୁ ଜଣାଯାଇପାରିବ। ‘ମହା ଉପନିଷଦ’ରେ ଉଲ୍ଲେଖ କରାଯାଇଥିବା ସଂସ୍କୃତ ପଦଟି ଶବ୍ଦର ଅର୍ଥ ହେଉଛି‘ସମଗ୍ର ବିଶ୍ୱ ଗୋଟିଏ ପରିବାର’। ସମବାୟ ମଡେଲ ଭାରତୀୟ ଜୀବନ ଧାରାର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଯୁଗ ଯୁଗ ଧରି ଚାଲିଆସୁଛି।

India’s tryst with the cooperative model
ସ୍ବାଧୀନ ଭାରତର ସମବାୟ

ସ୍ୱାଧୀନତା ଯୁଗରେ ଏକ ନୂତନ ପ୍ରଗତି-ଆଶାୟୀ ଭାରତର ଆବିର୍ଭାବ ଦେଖାଗଲା, ଏହି ସମୟରେ ଉଦ୍ୟୋଗରେ ଅନେକ ପରିବର୍ତ୍ତନ ଆସିଥିଲା। ଏହି ନୂତନ-ଅଭିଳାଷ ସମବାୟ ଆନ୍ଦୋଳନକୁ ଆହୁରି ଦୃଢ଼ କରି 5 ବାର୍ଷିକ ଯୋଜନାଗୁଡ଼ିକର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ପରିଣତ ହେଲା।

1960 ବେଳକୁ କୃଷି, ଦୁଗ୍ଧ, ଉପଭୋକ୍ତା ଯୋଗାଣ ତଥା ସହରୀ ବ୍ୟାଙ୍କିଙ୍ଗ୍ ମଧ୍ୟରେ ଅନେକ ଶିଳ୍ପାନୁଷ୍ଠାନ ସହିତ ସମବାୟ ଆନ୍ଦୋଳନ ଦେଶରେ ଏକ ଦୃଢ଼ ସ୍ଥାନ ଗ୍ରହଣ କରିଥିଲା।

Pandit Jawaharlal Nehru

ଅର୍ଥନୈତିକ ଅଭିବୃଦ୍ଧି ଏବଂ ବିକାଶ ହାସଲ କରିବା ପାଇଁ ସ୍ବାଧୀନ ଭାରତରେ ନୂତନ ଉତ୍ସାହ ଭରି ରହିଥିଲା। ସମବାୟ ସମିତିଗୁଡିକ ଏହାର ଉଲ୍ଲେଖନୀୟତା କାରଣରୁ ପଞ୍ଚ ବାର୍ଷିକ ଯୋଜନାର ଏକ ଅବିଚ୍ଛେଦ୍ୟ ଅଂଶରେ ପରିଣତ ହେଲା। ପ୍ରଥମ ପଞ୍ଚ ବାର୍ଷିକ ଯୋଜନା (1951-1956) ର ସଫଳତା ସମବାୟ ସଂଗଠନଗୁଡିକର କାର୍ଯ୍ୟକାରୀତା ପାଇଁ ଶ୍ରେୟ ଦିଆଯାଇଥିଲା। ଫଳସ୍ବରୂପ ଏହା ଭାରତୀୟ ଅର୍ଥନୀତିର ଏକ ଅପରିହାର୍ଯ୍ୟ ଅଙ୍ଗରେ ପରିଣତ ହୋଇଥିଲା।

ପଣ୍ଡିତ ଜବାହାରଲାଲ୍ ନେହେରୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ

Shri Deendayal Upadhyaya

ଭାରତୀୟ ଜୀବନ ପ୍ରଣାଳୀରେ ସମବାୟ ଏକ ଗୁରୁତ୍ବପୂର୍ଣ୍ଣ ତଥା ପ୍ରମୁଖ ଉପାଦାନ ଭାବରେ ରହିଆସିଛି। ଏହାର ଆଧାରରେ ଆମେ ଆମର ଅର୍ଥନୈତିକ ନୀତିକୁ ପୁନଃନିର୍ଦ୍ଧାରିତ କରିବା ଆବଶ୍ୟକ।

ଶ୍ରୀ ଦିନଦୟାଲ୍ ଉପାଧ୍ୟାୟ ଦୂରଦର୍ଶୀ ବିଚାରକ

Award
ସାତଟି ସମବାୟ ନୀତି

Cooperative Information Officer : Ms Lipi Solanki, Email- coop@iffco.in