
ବିଗତ 50 ବର୍ଷ ମଧ୍ୟରେ ଇଫକୋ ଭାରତୀୟ କୃଷକଙ୍କ ଜୀବନରେ ପରିବର୍ତ୍ତନ କରିବାପାଇଁ ନିରନ୍ତର କାମ କରିଛି ସେମାନଙ୍କ ହେତୁ ଆମେ ରହିଛୁ। ସେମାନଙ୍କର ସମୃଦ୍ଧତା ଆମ ଜୀବନର ଲକ୍ଷ୍ୟ। ପ୍ରତ୍ୟେକ ନିଷ୍ପତି, ପ୍ରତ୍ୟେକ ସଂକଳ୍ପ ଏବଂ ଆମେ ଗ୍ରହଣ କରୁଥିବା ପ୍ରତ୍ୟେକ କାମ କେବଳ ଗୋଟିଏ ଲକ୍ଷ୍ୟ ଆଡକୁ ନିର୍ଦ୍ଦେଶିତ ହୋଇଛି ତାହା ହେଉଛି କୃଷକଙ୍କ ମୁହଁରେ ହସ ଫୁଟାଇବା। ଆଜି ଇଫକୋ ଦେଶର 5.5 କୋଟିରୁ ଅଧିକ ଚାଷୀ ମାନଙ୍କୁ ଏହାର 36,000 ରୁ ଅଧିକ ସମବାୟ ନେଟୱର୍କ ମାଧ୍ୟମରେ ସେବା ପ୍ରଦାନ କରୁଛି।
ବର୍ଷ ବର୍ଷ ଧରି, ଇଫକୋ ଲକ୍ଷ ଲକ୍ଷ କୃଷକଙ୍କ ଜୀବନରେ ସେମାନଙ୍କ ଫସଲ ଉତ୍ପାଦନ ତଥା ସାମାଜିକ ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆଣିବାରେ ସାହାଯ୍ୟ କରିଛି। ଆମର ଅଭିଲେଖାଗାରରୁ କିଛି କାହାଣୀ।
ମହାନ କାହାଣୀ ଅଦ୍ଭୁତ ଦୁଃସାହସିକ କାମରୁ ଆରମ୍ଭ ହୁଏ । 1975 ମସିହାରେ ,ଏକ ସହରାଞ୍ଚଳର ମଧ୍ୟବୟସ୍କ ମହିଳା, ରୋହତକ୍ ଠାରୁ ପ୍ରାୟ 15 କିଲୋମିଟର ଦୂରରେ ଥିବା ଏକ ଛୋଟ ଗାଁରେ ଚାଷ କାମ କରିବାକୁ ନିଷ୍ପତି ନେଇଥିଲେ।
ଗ୍ରାମବାସୀମାନେ ତାଙ୍କର ଏହି କାର୍ଯ୍ୟକୁ ହସରେ ଉଡ଼ାଇ ଦେଇଥିଲେ। କିନ୍ତୁ ସେ ତାଙ୍କର କାମ ପ୍ରତି ସଂକଳ୍ପବଦ୍ଧ ଥିଲେ ଏବଂ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଶ୍ରୀମତୀ କୈଲାଶ ପନୱାର ରେକର୍ଡ କୃଷି ଅମଳ ସହିତ ବର୍ଷକୁ ବର୍ଷ ଜିଲ୍ଲାର ବିଶିଷ୍ଟ କୃଷକମାନଙ୍କୁ ଅତିକ୍ରମ କରିଥିଲେ। ଏଥିପାଇଁ ସେ ଇଫକୋକୁ ପ୍ରଶଂସା କରିଛନ୍ତି, ଯିଏ ତାଙ୍କୁ ପ୍ରତ୍ୟେକ ପଦକ୍ଷେପରେ ସହଯୋଗ କରିଥିଲେ।

ରାଜସ୍ଥାନର ତଖତପୁରା ଏବଂ ଗୁରୁଣ୍ଡିର କୃଷକମାନେ ପ୍ରତିବର୍ଷ ଖରାପ ଅମଳ ପାଇଁ ଭାଗ୍ୟକୁ ଦୋଷ ଦେଉଥିଲେ।ଯେତେବେଳେ ଭାରତ ସବୁଜ ବିପ୍ଳବର ସାକ୍ଷୀ ଥିଲା, ଏହି ଗ୍ରାମଗୁଡିକ ଅତୀତ ଯୁଗରେ ବାସ କରୁଥିବା ପରି ମନେ ହେଉଥିଲା । ଇଫକୋ ସେମାନଙ୍କୁ ସହଯୋଗ କଲା ଏବଂ ସେମାନଙ୍କର ପରିବର୍ତନ ଯାତ୍ରା ଏହି ଠାରୁ ଆରମ୍ଭ ହୋଇଥିଲା।
ଗ୍ରାମବାସୀ ପ୍ରଥମେ ସେମାନଙ୍କ ସାହାଯ୍ୟ ନେବାକୁ ଭୟଭୀତ ହୋଇଥିଲେ। ତେଣୁ ଇଫକୋ ଉଦାହରଣ ସ୍ବରୂପ ପ୍ରଦର୍ଶନ ପ୍ଲଟ୍ ସ୍ଥାପନ କରିଥିଲା ଏବଂ ଶେଷରେ ଗ୍ରାମବାସୀ ଇଫକୋର ମିଶନରେ ଯୋଗ ଦେଇଥିଲେ। ବର୍ତ୍ତମାନ ସେମାନେ ମଡେଲ୍ ଭିଲେଜ୍ ଭାବରେ କାମ କରୁଛନ୍ତି।

ଅରୁଣ କୁମାର ଉନ୍ନାଓ ଜିଲ୍ଲାର ବେହେଟା ଗୋପୀ ଗ୍ରାମରେ 4 ଏକର ଜମିରେ ଚାଷ କରିଥିଲେ। ସେ ଶସ୍ୟ ଏବଂ ଏହା ସହିତ ତୈଳ ବୀଜ ଇତ୍ୟାଦି ଫସଲ ସହିତ ପନିପରିବା ଚାଷ କରୁଥିଲେ ଏବଂ ସେ ତାଙ୍କର ଅମଳ ବୃଦ୍ଧି କରିବାକୁ ଚାହୁଁଥିଲେ। ଏଥିପାଇଁ ସେ ଇଫକୋ ସହିତ ଯୋଗାଯୋଗ କରିବାକୁ ନିଷ୍ପତି ନେଇଥିଲେ, ଯେଉଁଠାରେ ତାଙ୍କୁ ପରାମର୍ଶ ଦିଆଯାଇଥିଲା ଏବଂ ଉନ୍ନତ ମଞ୍ଜି ଯୋଗାଇ ଦିଆଯାଇଥିଲା। ଇଫକୋର କର୍ମଚାରୀମାନେ ନିୟମିତ ପରିଦର୍ଶନ କରିଥିଲେ ଏବଂ ଇଫକୋରୁ ପ୍ରତିରକ୍ଷା ଉତ୍ପାଦ ବ୍ୟବହାର କରିବାକୁ ପରାମର୍ଶ ଦେଇ ଉନ୍ନତ ଯତ୍ନ ନିଶ୍ଚିତ କରିବାକୁ ତାଙ୍କ କ୍ଷେତ୍ର ଉପରେ ନଜର ରଖିଥିଲେ । ଏହା ଅରୁଣ କୁମାରଙ୍କୁ ତାଙ୍କ ଆୟକୁ ଯଥେଷ୍ଟ ବୃଦ୍ଧି କରିବାରେ ସାହଯ୍ୟ କଲା ଏବଂ ବର୍ଦ୍ଧିତ ଉତ୍ପାଦନ ପାଇଁ ସେ ପଲି ହାଉସ୍ ସ୍ଥାପନ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ।

5 ଏକର ଉର୍ବର ଥିବା ଜମି ଥିବା ସତ୍ତ୍ବେ ଶ୍ରୀଯୁକ୍ତ ଭୋଳା କେବଳ ଏକର ପିଛା 20,000 ଟଙ୍କା ରୋଜଗାର କରିପାରୁଥିଲେ। ପାରମ୍ପାରିକ ଚାଷ ପ୍ରଣାଳୀ ସହିତ ଅମଳ ବୃଦ୍ଧି କରିବାକୁ ତାଙ୍କୁ କଷ୍ଟ ହେଉଥିଲା । ଯେତେବେଳେ ଇଫକୋ ତାଙ୍କ ଗାଁ କୁ ଗ୍ରହଣ କଲା, ସେମାନେ ତାଙ୍କୁ ଗେଣ୍ଡୁ ଫୁଲ ପରି ଅର୍ଥକାରୀ ଫସଲ ଚାଷ କରିବାକୁ ପରାମର୍ଶ ଦେଇଥିଲେ । ଇଫକୋର କ୍ଷେତ୍ର ଅଧିକାରୀମାନେ ତାଙ୍କୁ ଗୁଣାତ୍ମକ ମଞ୍ଜି , ବୁନ୍ଦା ଜଳସେଚନ କିଟ୍ କିଣିବାରେ ସାହାଯ୍ୟ କରନ୍ତି ଏବଂ ଇଫକୋର ସାର ବ୍ୟବହାର କରି ସଠିକ୍ ପୁଷ୍ଟିକର ଖାଦ୍ୟ ବିଷୟରେ ତାଙ୍କୁ ପରାମର୍ଶ ଦେଇଥିଲେ । ସେ ନିଜର ଆୟକୁ ଅନେକ ଗୁଣ ବଢାଇବାକୁ ସକ୍ଷମ ହୋଇଥିଲେ, ଏବଂ ଆଜି ସେ ଏକର ପିଛା 1.5 ଲକ୍ଷରୁ ଅଧିକ ରୋଜଗାର କରୁଛନ୍ତି ।

ଉର୍ବର ଜମି ଥିବା ସତ୍ତ୍ବେ ଆସାମର ଲକ୍ଷ୍ମଣବନ୍ଧ ଗ୍ରାମର ଲୋକମାନେ ସହରରେ ଉନ୍ନତ ସୁଯୋଗ ପାଇଁ ନିଜ ଗାଁ ଛାଡିଥିଲେ । ଯେତେବେଳେ କିଛି ଗ୍ରାମବାସୀ ଇଫକୋ ନିକଟକୁ ଆସିଲେ ସେମାନେ ପରୀକ୍ଷାମୂଳ ଭିତିରେ 1 ହେକ୍ଟର ଜମି ଚାଷ କରିବାକୁ ସ୍ଥିର କଲେ। ଫଳସ୍ବରୂପ ଏଠାରେ ତରଭୂଜର ଉନ୍ନତ ଚାଷ ସମ୍ଭବ ହୋଇପାରିଲା।
ପରୀକ୍ଷାମୂଳକ ତରଭୂଜ ଚାଷର ସଫଳତା ପରେ , ପାରମ୍ପାରିକ ଫସଲ ପ୍ରଚଳିତ ହେଲା। ବଣୁଆ ଜମିକୁ ଉର୍ବର ଜମିରେ ପରିଣତ କରିଥିବାରୁ ଗ୍ରାମବାସୀମାନେ ଇଫକୋ ନିକଟରେ ସର୍ବଦା କୃତଜ୍ଞ ରହିବେ।
