Loader..
BEWARE OF FRAUDSTERS: WE HAVE NOT INVITED ANY REQUESTS FOR DEALERSHIP/FRANCHISE. DO NOT TRUST ANYONE OFFERING SUCH A FACILITY AND SEEKING MONEY IN IFFCO’S NAME.
Start Talking
Listening voice...
IFFCO kick starts one of India’s largest nationwide tree plantation campaign IFFCO kick starts one of India’s largest nationwide tree plantation campaign

ପ୍ରେସ୍ ରିଲିଜ୍

ସାରା ଦେଶରେ ସହଯୋଗମୂଳକ ଗବେଷଣା, ପରୀକ୍ଷା ଓ ସଂପ୍ରସାରଣ କାର୍ଯ୍ୟକ୍ରମ ପାଇଁ ଇଫକୋ ଆଇସିଏଆର ସହିତ ଏମଓୟୁ ସ୍ବାକ୍ଷରିତ କରିଛି।

ଇନୋଭେସନ୍‌ସ ଏବଂ ଟେକ୍ନୋଲୋଜିକାଲ ଟ୍ରାନ୍ସଫରର ପ୍ରେରଣା ଦେଶର କୃଷକମାନଙ୍କୁ ସାହାଯ୍ୟ କରିବ।
2022 ସୁଦ୍ଧା କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ଏକ ସହାୟକ ପଦକ୍ଷେପ।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ଏଗ୍ରିକଲ୍‌ଚର ରିସର୍ଚ୍ଚ (ଆଇସିଏଆର) ଏବଂ ଇଣ୍ଡିଆନ୍ ଫାର୍ମର୍ସ ଫର୍ଟିଲାଇଜର କୋଅପରେଟିଭ୍ ଲିମିଟେଡ୍ (ଇଫକୋ) ଆଇସିଏଆର ପ୍ରତିଷ୍ଠାନ ଏବଂ କୃଷି ବିଜ୍ଞାନ କେନ୍ଦ୍ର (କେଭିକେ) ମାଧ୍ୟମରେ ବିଭିନ୍ନ ଉତ୍ପାଦର ମିଳିତ ଅନୁସନ୍ଧାନ, ପରୀକ୍ଷଣ ଏବଂ ବୈଧତା ପାଇଁ 10 ଜୁନ୍ 2020 ରେ ଏକ ଏମଓୟୁ ସ୍ୱାକ୍ଷର କରିଛି। ଏହା ମଧ୍ୟ ଏହି କେନ୍ଦ୍ରଗୁଡିକୁ କୃଷକମାନଙ୍କ ସୁବିଧା ପାଇଁ ସଚେତନତା କାର୍ଯ୍ୟକ୍ରମ, ଅଭିଯାନ, କ୍ଷେତ୍ର ପରୀକ୍ଷା ଏବଂ ପ୍ରଦର୍ଶନ ମାଧ୍ୟମରେ ତାଲିମ ପ୍ରଦାନ କରି ବୈଷୟିକ ପ୍ରଗତି ବିସ୍ତାର କରିବାରେ ସକ୍ଷମ କରିବ।

ଡା. ଏ.କେ. ସିଂ, ଡିଡିଜି ଏମଓୟୁ ବିଷୟରେ ଏକ ସଂକ୍ଷିପ୍ତ ସୂଚନା ପ୍ରଦାନ କରିଥିଲେ ଏବଂ ଅଧିବେଶନକୁ ଡା. ଟି. ମହାପାତ୍ର, ସେକ୍ରେଟାରି ଡେୟାର ଓ ଡିଜି ଆଇସିଏଆରଙ୍କୁ ଅଧିବେସନରେ ସଭାପତିତ୍ବ କରିବାକୁ ସ୍ବାଗତ କରିଥିଲେ। ଏହା ସହିତ କୋ-ଚେୟାର ଭାବରେ ଡା. ୟୁ.ଏସ. ଅୱସ୍ଥି, ପରିଚାଳନା ନିର୍ଦ୍ଦେଶକ, ଇଫକୋକୁ ଆମନ୍ତ୍ରିତ କରିଥିଲେ। ଏହି ଅବସରରେ ଡା. ମଲହୋତ୍ରା, କମିଶନର ଏଗ୍ରିକଲଚର, ଭାରତ ସରକାର; ଡା. କିମୋଥି, ଏଡିଜି (ସିଡିଏନ୍‌), ନିର୍ଦ୍ଦେଶକ ଏଟିଏଆରଆଇ ଓ କେଭିକେ ର ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ।

ମାର୍କେଟିଂ ନିର୍ଦ୍ଦେଶକ ଶ୍ରୀ ଯୋଗେନ୍ଦ୍ର କୁମାର ଉଲ୍ଲେଖ କରିଛନ୍ତି ଯେ ଅଭିନବ ଉତ୍ପାଦର ପରୀକ୍ଷଣ, ବୈଧତା ଏବଂ ବିସ୍ତାର କରିବାରେ ଏମଓୟୁ ସାହାଯ୍ୟ କରିବ ଯାହା କୃଷକମାନଙ୍କୁ ଉପକୃତ କରିବ। ଆଇସିଏଆର ସହିତ ଆଲୋଚନା ପରେ ଖୁବ ଶୀଘ୍ର ଏକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯିବ ବୋଲି ସେ ଉଲ୍ଲେଖ କରିଛନ୍ତି।

ଡା. ଟି ମହାପାତ୍ର, ସେକ୍ରେଟାରି, ଡେୟାର ଆଣ୍ଡ ଡିଜି ଆଇସିଏଆର ଏହି ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ ଏବଂ ଏହା ଏକ ଐତିହାସିକ ଘଟଣା ବୋଲି ଉଲ୍ଲେଖ କରିଥିଲେ। ସହଯୋଗୀ ଗବେଷଣା ଏବଂ ସମ୍ପ୍ରସାରଣ ସହିତ ଯଦି ସାରର ବ୍ୟବହାର 15% କୁ ହ୍ରାସ କରାଯାଇପାରେ, ତେବେ ଏହା ଏକ ମହତ୍ବପୂର୍ଣ୍ଣ ଅବଦାନ ହୋଇପାରିବ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି।

କୃଷି କ୍ଷେତ୍ରରେ ଅତୁଳନୀୟ ସଫଳତା ପାଇଁ ଡା. ୟୁ.ଏସ. ଅୱସ୍ଥି, ପରିଚାଳନା ନିର୍ଦ୍ଦେଶକ ଇଫକୋ ଆଇସିଏଆରକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଗବେଷଣା, ଶିଳ୍ପ ସହିତ ସହଭାଗୀ ହେବା ଉଚିତ କାରଣ ଏହା ଲ୍ୟାବ ମାଧ୍ୟମରେ ଟେକ୍ନୋଲୋଜି ବିସ୍ତାର କରିବାରେ ସହାୟକ ହେବ ଏବଂ ଏଥିରେ ଉନ୍ନତି ହୋଇପାରିବ। ଏହି ସହଯୋଗର ମୂଳ ଲକ୍ଷ୍ୟ ହେଉଛି ଟେକ୍ନୋଲୋଜିର ପ୍ରଭାବଶାଳୀ ବ୍ୟବହାର ଦ୍ୱାରା ରାସାୟନିକ ସାରର ବ୍ୟବହାର ହ୍ରାସ କରିବାରେ କୃଷକମାନଙ୍କୁ ସହଯୋଗ କରିବା। ଆମେ ମାଟିରୁ ରାସାୟନିକ ପଦାର୍ଥକୁ ମୂଳରୁ ବାହାର କରିବା ପାଇଁ କାର୍ଯ୍ୟ କରୁଛୁ ଯାହା ଏହାକୁ ଅସନ୍ତୁଳିତ କରି ମୃତ୍ତିକାର ସ୍ୱାସ୍ଥ୍ୟ ପାଇଁ ଅନୁପଯୁକ୍ତ କରିଥାଏ। ଆଇସିଏଆର ଏହି ଉଦ୍ୟୋଗଗୁଡିକରେ ସମର୍ଥନ ଏବଂ ସହଯୋଗ ପ୍ରଦାନ କରିବ | ସେ ଆହୁରି ମଧ୍ୟ କହିଛନ୍ତି ଯେ ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ଏମଓୟୁ ସାହାଯ୍ୟ କରିବ।

ଡା. ରଣଧୀର ସିଂ, ଏଡିଜି (ଏକ୍ସଟେନସନ) ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

ଇଣ୍ଡିଆନ୍ ଫାର୍ମର୍ସ ଫର୍ଟିଲାଇଜର କୋପରେଟିଭ୍ ଲିମିଟେଡ୍‌ (ଇଫକୋ), ନୂଆ ଦିଲ୍ଲୀର ପବ୍ଲିସିଟି ଓ ପିଆର ବିଭାଗ ଦ୍ବାରା ପ୍ରକାଶିତ